ଦୁର୍ଘଟଣା ଗ୍ରସ୍ତ ଟ୍ରକରେ ବାଡେଇ ହୋଇ ୩ ବାଇକ ଆରୋହୀ ମୃତ

ସୁନ୍ଦରଗଡ଼/ସବଡେଗା,୧୩।୧୨(ଡି.ଏନ.ଏ.): ସୁନ୍ଦରଗଡ ଜିଲା ତଳସରା ଥାନା କୁହ୍ଲିଆଜରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍‌ରେ ପିଟି ହୋଇ ୩ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୁତକମାନେ ହେଲେ ବାଲିଶଙ୍କରା ବ୍ଲକ ସଉନାମୁରା ଗ୍ରାମର କ୍ରିଷ୍ଣା ନାଏକ (୩୩), ସବଡେଗାର ଲିଙ୍ଗରାଜ ଭୋଇ (୨୫) ଓ ଅନ୍ୟ ଜଣେ କୁରୁମ କେଲ ଗ୍ରାମର ବୋଲି ଜଣାପଡିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଗୁରୁବାର ଅପରାହ୍ନରେ ୨ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରାତିରେ ଦ୍ରୁତ ଗତିରେ ବାଇକରେ ଆସୁଥିବା ଯୁବକମାନେ ଅନ୍ଧାର ଯୋଗୁ ଟ୍ରକକୁ ଦେଖି ନ ପାରି ପିଟି ହୋଇ ଯାଇଥିବା ଜଣାଯାଇଛି। ଅଗ୍ନିଶମ କର୍ମଚାରମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।