ଦୁର୍ଘଟଣାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜୟପୁର,୧୧।୧(ଡି.ଏନ୍‌.ଏ.): କୋରାପୁଟ ଜିଲା ବି.ସିଙ୍ଗପୁର ଥାନା ରାଣିଗଡ଼ ଫାଣ୍ଡି ଅନ୍ତର୍ଗତ ବାଳିପୂଜାରିପୁଟଠାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଶନିବାର ରାସ୍ତା ଅବରୋଧ କରିଛନ୍ତି। ଶୁକ୍ରବାର ରାତିରେ ବାଳିପୂଜାରିପୁଟଠାରେ ଏକ କାର୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ମେରଦାମାଳର ବାଇକ୍‌ ଚାଳକ ଗୌର ନାୟକ (୩୫)ଙ୍କ ସହ ଆରୋହୀ ସହଦେବ ମାଛ (୧୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୨ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ସହ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ଘଟଣାସ୍ଥଲରେ ପୋଲିସ ପହଞ୍ଚିଛି।