ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଯୋଡ଼ା, ୩ା୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ ନଂ. ଜାତୀୟ ରାଜପଥ କଣ୍ଡରା ଛକଠାରେ ନିର୍ମାଣ ହେଉଥିବା ଟୋଲଗେଟ୍‌ ନିକଟରେ ଏକ ବାଇକକୁ ଅଜଣା ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ଯଶରାଜ ମୁଣ୍ଡା(୨୬) ଓ ସୋମା ମୁଣ୍ଡା(୨୩)। ସେମାନେ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ବାଇକ୍‌ (ନଂ. ଓଆର୦୨ ଏଏସ୍‌ ୮୨୪୨)ରେ ବିଲେଇପଦାରୁ ଘରକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଏକ ଅଜଣା ଗାଡି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ଓ ବିଲେଇପଦା ଫାଣ୍ଡି ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଶୁକ୍ରବାର ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri