ଦୁର୍ଘଟଣାରେ ଛାତ୍ରୀ ଗୁରୁତର

ଆନନ୍ଦପୁର,୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ରାସ୍ତା ପାର ହୋଇ ସ୍କୁଲକୁ ଯାଉଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାର ପ୍ରତିବାଦରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକମାନେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ପୋଲିସ ହସ୍ତକ୍ଷେପ ପରେ ରାସ୍ତାରୋକ ହଟିିଥିଲା। ଛାତ୍ରୀ ଜଣକ ସ୍ଥାନୀୟ ଦିନବନ୍ଧୁ ଜେନାଙ୍କ ୬ବର୍ଷର ଝିଅ ଶ୍ରାବଣୀ। ସେ ପ୍ରଥମ ଶ୍ରେଣୀରେ ପଢୁଥିଲେ। ଅପରପକ୍ଷରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।