ଦୁର୍ଗା ମନ୍ଦିରକୁ ସିଲ୍‌ କରିଦେଲା ପ୍ରଶାସନ

ସରଣ୍ଡା,୨୯।୩(ଡି.ଏନ.ଏ)-ବରଗଡ଼ ଜିଲା ଅତାବିରାରେ ରହିଥିବା ଦୁର୍ଗା ମନ୍ଦିରକୁ ଶନିବାର ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ସେଠାକୁ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀମାନେ ସେଠାକୁ ପହଞ୍ଚି ସିଲ୍‌ କରିଥିଲେ। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ ଉଦ୍ଦେଶ୍ୟରେ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା କରାଯାଇଛି। କିନ୍ତୁ ଅତାବିରା ଦୁର୍ଗା ମନ୍ଦିରରେ ବାସନ୍ତୀକ ଦୁର୍ଗାପୂଜା ପାଇଁ ଭକ୍ତମାନେ ଦୀପ ପ୍ରଜ୍ୱଳନ ସହିତ ଭିଡ଼ କରୁଥିବା ଜଣାପଡ଼ିଥିଲା । ଏହି ସୂଚନା ପାଇବା ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ହୃଦାନନ୍ଦ ଅଡ଼ା ପ୍ରମୁଖ ବିଭାଗୀୟ ଅଧିକାରୀମାନେ ପହଞ୍ଚି ମନ୍ଦିରକୁ ସିଲ୍‌ କରି ଦେଇଥିଲେ।