Categories: ଜାତୀୟ

ଦୁର୍ଗାମଣ୍ଡପରେ ଆଜାନ ପରିବେଷଣକୁ ନେଇ ଆସିଲା ଅଭିଯୋଗ

କୋଲକାତା,୭।୧୦: କୋଲକାତାରେ ଆମେ ଅଲଗା ନୁହେଁର ଏକ ବାର୍ତ୍ତା ନେଇ ଆୟୋଜକମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାଗ୍ରତ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି। ଉତ୍ତର କୋଲକାତା ୩୩ ପାଲି ଦୁର୍ଗା ମଣ୍ଡପରେ ଏକସଙ୍ଗରେ ମନ୍ଦିର, ମସ୍‌ଜିଦ୍‌ ଓ ଚର୍ଚ୍ଚର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିସହ ମୁସଲମାନମାନଙ୍କ ପ୍ରାର୍ଥନା ଆଜାନ ମଧ୍ୟ ମଣ୍ଡପରେ ବାଜୁଛି। ଏହାକୁ ସତ୍‌ ଉଦ୍ଦେଶ୍ୟରେ କରାଯାଇଥିବା ବେଳେ ଏବେ ଏହା ବିବାଦ ଘେରକୁ ଚାଲିଆସିଛି। ଏହି ଉଦ୍ୟମକୁ ଆଇନଜୀବୀ ଶାନ୍ତନୁ ସିଂହ ନିନ୍ଦା କରିବା ସହ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅନ୍ୟପଟେ ଆୟୋଜକ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଆମେ ଏକର ବାର୍ତ୍ତା ନେଇ ମଣ୍ଡପରେ ଚଳିତ ବର୍ଷର ଥିମ ରଖିଛୁ। ସବୁ ଧର୍ମ ଉପରେ ମାନବିକତା ଦେଖାଇବା ଲକ୍ଷ୍ୟରେ ଏହି ଥିମ୍‌ କରାଯାଇଛି। ଏହାକୁ ନେଇ ରାଜନୀତି କରା ନ ଯାଉ ବୋଲି ସେ କହିଛନ୍ତି।

Share