ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:ମଦ ଦୋକାନରେ ପିଓଏସ୍‌ ବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୭ା୯: ଭାରତ ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଆଧାରରେ ଦଶହରା ସମୟରେ ଜଗତ୍‌ସିଂହପୁର ସହରରେ ଥିବା ମଦ ଦୋକାନଗୁଡିକରେ ପଏଣ୍ଟ ଅଫ ସେଲ୍‌ (ପିଓଏସ୍‌) ବ୍ୟବସ୍ଥା ହେବ। ଯଦ୍ଦ୍ବାରା ମଦ ବିକ୍ରେତା ଅଜଥା ଲେଜର କାମରୁ ନିସ୍ତାର ପାଇବେ। ମଦ ବିକ୍ରିରେ କେତେ ଟଙ୍କା ଆସିଲା, ଗଲା ଏବଂ କର୍ମଚାରୀଙ୍କୁ କେତେ ଟଙ୍କା ଦରମା ଦିଆଗଲା ସେ ସବୁ କରିବାକୁ ପଡିବ ନାହିଁ। ଯେଉଁମାନେ ମଦ କିଣିବେ ସେମାନଙ୍କ ଯୋଗାଯୋଗ ସଂକ୍ରାନ୍ତୀୟ ତଥ୍ୟ ଓ କିଣା ଦର ସାର୍ବଜନିନ ହୋଇପାରିବ। ଏହାଦ୍ୱାରା ଚୋରି ରୋକାଯିବା ସହ ଟଙ୍କା ପରିଚାଳନାରେ ସହାୟକ ହୋଇପାରିବ। ରାବଣ ପୋଡି ଓ ଭସାଣି ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିବ। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଦୁର୍ଗାପୂଜା ପାଳନ ନିମନ୍ତେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୌରୋହିତ୍ୟ କରି ଜଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଥିଲେ, ଦଶହରାବେଳେ ସହରରେ ମଦୁଆଙ୍କୁ ଧରିବା ପାଇଁ ଗାଡି ବ୍ୟବସ୍ଥା ହେବ। ଗାଡିରେ ସ୍ବତନ୍ତ୍ର ପୋଲିସ କର୍ମଚାରୀ ନିୟୋଜିତ ହେବେ। ସେମାନେ ପାଟ୍ରୋଲିଂ ସମୟରେ ଯେଉଁଠି ମଦୁଆଙ୍କୁ ଦେଖିବେ ଉଠାଇ ନେବେ। ସହରର ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ପଏଣ୍ଟରେ ବ୍ଲକର (ଗାଡି ଧୀର ହେବା ଉଦ୍ଦେଶ୍ୟରେ)ରହିବ। ଜଗତ୍‌ସିଂହପୁରରେ ୨୩ଟି ପୂଜା କମିଟି ମେଢ କରୁଛନ୍ତି। ସେମାନେ ଆଗରୁ ବିଦ୍ୟୁତ୍‌ ସାର୍ଟିଫିକେଟ୍‌ ନେଉ ନ ଥିବା ବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ ଏହା ପ୍ରଚଳନ ନିଷ୍ପତ୍ତି ହୋଇଛି। ପୂଜା କମିଟି ତରଫରୁ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରାଯିବ। ସେସୁ ଇନସପେକ୍ଟର ମଣ୍ଡପ ବୁଲି ଅନୁଧ୍ୟାନ କଲାପରେ ସାର୍ଟିଫିକେଟ୍‌ ଦେବେ। ପୂଜା ମଣ୍ଡପରେ ଅଘଟଣ ହେଲେ ବୀମାଠାରୁ ଆରମ୍ଭ କରି ଆଇନଗତ ସହାୟତା ମିଳିବ। ଜଗତ୍‌ସିଂହପୁର ବସ୍‌ ଷ୍ଟପରେ ଅସ୍ଥାୟୀ ପରିଶ୍ରାଗାର କରାଯିବ। ବିଗତ ବର୍ଷଗୁଡିକରେ ମେଳଣ ସମୟରେ ଏକ ନିର୍ଦ୍ଧିଷ୍ଟ କେବୁଲ ସଂସ୍ଥା ଲାଇଭ୍‌ ଟେଲିକାଷ୍ଟ କରନ୍ତି। ସମ୍ପୃକ୍ତ ସଂସ୍ଥାକୁ ଏ ବାବଦ ଦେୟ ଜଗତ୍‌ସିଂହପୁର ପୌର ପରିଷଦ ଦେଇଥାଏ। କିନ୍ତୁ ଏହି ସଂସ୍ଥା ବେଆଇନ ଭାବେ ବିଦ୍ୟୁତ ଖୁଣ୍ଟରେ କେବୁଲ ନେଇଥିବାରୁ ମାଗଣାରେ ଲାଇଭ୍‌ ଟେଲିକାଷ୍ଟ କରିବ। ପରିଷଦ ଏଥିନେଇ ଅର୍ଥ ଦେବ ନାହିଁ। ଗତବର୍ଷ ପରି ଏ ବର୍ଷ ପୂଜା ମଣ୍ଡପଗୁଡିକରେ ଡିଜେ ବାଜିବ ନାହିଁ।
ଅକ୍ଟୋବର ୫ରୁ ୯ ପର୍ଯ୍ୟନ୍ତ ଦୁଗର୍ର୍ାପୂଜା ପାଳନ ହେଉଛି। ବୈଠକ ନିଷ୍ପତ୍ତି ଅନୁଯାୟୀ, ଅକ୍ଟୋବର ୮ରେ ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ବିନା ଆତସବାଜୀରେ ରାବଣ ପୋଡି ହେବ। ଭସାଣି ଉତ୍ସବ ୯ରେ କରାଯିବ। ମୂର୍ତ୍ତି ବିସର୍ଜନ ନିମନ୍ତେ ୪ଟି ଅସ୍ଥାୟୀ ପୋଖରୀ ଖନନ କରାଯିବ। ଜଳସମ୍ପଦ, ରାସ୍ତା ଓ ଗୃହ, ଗ୍ରାମ୍ୟ ଉନ୍ନୟନ ଓ ଡ୍ରେନେଜ୍‌ ବିଭାଗ ପୋଖରୀ କାର୍ଯ୍ୟ ସମ୍ପାଦନ କରିବ। ଟାଉନ ହଲଠାରୁ ୧୦ ନମ୍ବର, ପୁରୋହିତପୁର ଛକରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଅତାମଳାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛର ଡାଳ କଟାଯିବ। ବିରିଡ଼ିଠାରୁ ସର୍କିଟ୍‌ ହାଉସ ପର୍ଯ୍ୟନ୍ତ, ଆଳିପିଙ୍ଗଳରୁ ପୋଷ୍ଟ ଅଫିସ, ୧୦ ନମ୍ବରରୁ ଚାଟରା ପୋଲ କେନାଲ ବନ୍ଧ, ଜିଲାପାଳଙ୍କ ବାସ ଭବନରୁ ଚର୍ଚ୍ଚିକା ବଜାର ଓ ଓହଳରୁ କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ହେବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଚନ୍ଦ୍ର ପାଲ, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ସମସ୍ତ ମେଢର କର୍ମକର୍ତ୍ତା, ଶାନ୍ତି କମିଟି ସଦସ୍ୟ, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ କାର୍ଯ୍ୟସୂଚୀ ପାଠ ଓ ଶେଷରେ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri