ଦୁର୍ଗାପୂଜା ପୂର୍ବରୁ ନବରାତ୍ରୀର ରହିଛି ବିଶେଷ ମହତ୍ୱ

ଦୁର୍ଗାପୂଜା ହିନ୍ଦୁମାନଙ୍କର ଏକ ବଡ ପର୍ବ ବୋଲି କୁହାଯାଏ। ଶାରଦୀୟ ନବରାତ୍ରୀ ସବୁଠାରୁ ଶୁଭ ବୋଲି ମଧ୍ୟ କୁହାଯାଏ। ବିଶେଷ କରି ଏହା ହିନ୍ଦୁମାନଙ୍କ ପାଇଁ ବିଶେଷ ମହତ୍ୱ ରଖିଥାଏ। ୯ ଦିନ ଧରି ଚାଲିଥିବା ଏହି ପର୍ବରେ ଦେବୀ ଦୁର୍ଗାଙ୍କର ୯ଟି ଭିନ୍ନଭିନ୍ନ ରୂପକୁ ପୂଜା କରାଯିବାର ବିଧି ରହିଛି। ନବରାତ୍ରୀ ପୂର୍ବଦିନ ଘଟ ସ୍ଥାପନା ବା କଳସ ସ୍ଥାପନା ଭାବେ ପୂଜା କରାଯାଇଥାଏ। ହିନ୍ଦୁ ଧର୍ମ ଅନୁଯାୟୀ ବର୍ଷକରେ ୪ଟି ନବରାତ୍ରୀ ପଡିଥାଏ। ହେଲେ ଶାରଦୀୟ ନବରାତ୍ରୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅନେକେ ମତ ଦିଅନ୍ତି। ସେହିପରି ଚୈତ୍ର ଓ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦ ପରେ ପଡୁଥିବା ନବରାତ୍ରୀ ମଧ୍ୟ ବେଶ୍‌ ଲୋକପ୍ରିୟ ବୋଲି କୁହାଯାଏ। ଏହାପରେ ଆଷାଢ ଓ ମାଘ ମାସରେ ମଧ୍ୟ ଆଉ ୨ଟି ନବରାତ୍ରୀ ପଡିଥାଏ। ଯାହାକୁ ଗୁପ୍ତ ନବରାତ୍ରୀ ବୋଲି କୁହାଯାଏ। ତନ୍ତ୍ର ସାଧନା ପାଇଁ ଏହା ଉପଯୁକ୍ତ ସମୟ ବୋଲି ବର୍ଣ୍ଣନା ରହିଛି। ତେବେ ସମସ୍ତ ନବରାତ୍ରୀ ମଧ୍ୟରୁ ଶାରଦୀୟ ନବରାତ୍ରୀ ଦେଶର କୋଣ ଅନୁକୋଣରେ ପାଳନ କରାଯାଇଥାଏ।