ଦୁର୍ଗମ ଅଞ୍ଚଳ ନିୟମଗିରି ପାଦଦେଶର ଅଧିବାସୀଙ୍କୁ ସଚେତନ କଲେ ବିଡିଓ

ଲାଞ୍ଜିଗଡ,୧୮।୪(ଡି.ଏନ୍‌.ଏ):କରୋନା ମୁକାବିଲା ନେଇ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଯାଇଛି। ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ନିୟମଗିରି ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ କରୋନା ସମ୍ପର୍କରେ ଲୋକଙ୍କୁ ସତେନ କରିଛନ୍ତି। ତ୍ରିଲୋଚନପୁର ପଞ୍ଚାୟତର ଆମ୍ବଗୁଡା, ଇଜୁରୁପା, ଫୁଲଡୁମେର, ଗନ୍ଧଣି ଆଦି ଗାଁକୁ ଯାଇ ମାସ୍କ ବଣ୍ଟନ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ଓ ଲକ୍‌ ଡାଉନ୍‌ ନିୟମ ମାନିବାକୁ ବୁଝାଇଥିଲେ। ସରକାରଙ୍କ ଅନେକ ଯୋଜନା ବିଷୟରେ ମଧ୍ୟ ସେମାନଙ୍କୁ ଅବଗତ କରାଇଥିଲେ। ସୂଚନାଯୋଗ୍ୟ, ନିୟମଗିରିର ଅନେକ ଗାଁ ଆଜି ମଧ୍ୟ ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚିତ। ସେଥିପାଇଁ ଲୋକେ ଟେଲିଭିଜନ ଦେଖିପାରନ୍ତି ନାହିଁ। ରାସ୍ତା ନ ଥିବାରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ପ୍ରଚାର କରିବା ସମ୍ଭବ ନୁହଁ । ସେଥିପାଇଁ ଏମାନେ କରୋନା ଭାଇରସକୁ ନେଇ କିଛି ଜାଣିପାରି ନାହାନ୍ତି।