ଦୁବାଇରେ ଓଡିଆ ଯୁବକଙ୍କ ମୃତ୍ୟୁ ଘଟଣା : ୯ଦିନ ପରେ ଗ୍ରାମରେ ପହଞ୍ଚତ୍ଲା ମୃତଦେହ

ଖଲିକୋଟ,୧୦ା୮(ଡି.ଏନ.ଏ.): ଖଲିକୋଟ ବ୍ଲକ ପଥରା ବଜାରସାହିର ଯୁବକ ବସନ୍ତ କୁମାର ସାଧବ (୪୧) ଦୁବାଇ ଆବୁଧାବି ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଅଗଷ୍ଟ ୨ରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ଜିଲା ପ୍ରଶାସନର ହସ୍ତକ୍ଷେପ ଯୋଗୁ ୯ଦିନ ପରେ ଶନିବାର ବସନ୍ତଙ୍କ ମୃତଦେହ ଘରେ ପହଞ୍ଚତ୍ଛି। ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ବୁଢ଼ା ବାପା, ମା’ ଓ ସ୍ତ୍ରୀ ସବିତା, ପୁଅଝିଅ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଶନିବାର ଶୋକସନ୍ତପ୍ତ ପରିବାର ନିକଟରେ ଜିଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବିଡିଓ ନବକୃଷ୍ଣ ଜେନା, ପଥରା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାନନ ସେଠୀ, ସରପଞ୍ଚ ବନମାଳୀ ବାଲା ପ୍ରମୁଖ ପହଞ୍ଚତ୍ ସମବେଦନା ଜଣାଇବା ସହ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଶ୍ରମ ବିଭାଗ ପକ୍ଷରୁ ୨ ଲକ୍ଷ ୫ ହଜାର ଟଙ୍କାର ଚେକ୍‌ ମୃତ ବସନ୍ତଙ୍କ ସ୍ତ୍ରୀ ସବିତାଙ୍କୁ ପ୍ରଦାନ କରିଥିଲେ। ସେହିପରି ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ। ଗାଁ ଶ୍ମଶାନରେ ମୃତଦେହ ସତ୍କାର କରାଯାଇଥିଲା।