ଦୁବାଇରେ ୨ ଭାରତୀୟ ଛାତ୍ର ମୃତ

ଦୁବାଇ,୨୬।୧୨: ଦୁବାଇରେ ଛୁଟି କାଟିବାକୁ ଯାଇଥିବା ୨ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କର କାର୍‌ ଦୁର୍ଘଟଣାରେ ଖ୍ରୀଷ୍ଟମାସ ଅର୍ଥାତ୍‌ ବୁଧବାର ମୃତ୍ୟୁ ହୋଇଛି। କେରଳର ମୂଳ ବାସିନ୍ଦା ଶରତ କୁମାର ଓ ରୋହିତ କିଷ୍ଣାକୁମାର ଛୁଟି କାଟିବାକୁ ଦୁବାଇ ଆସିଥିଲେ। ଖ୍ରୀଷ୍ଟମାସ ଅବସରରେ ସେମାନେ ଏକ କାର୍‌ରେ କୌଣସି କାମରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଉଭୟ ଡିପିଏସ୍‌ ଦୁବାଇର ପୁରାତନ ଛାତ୍ର ହୋଇଥିବା ବେଳେ ଶରତ ଆମେରିକାରେ ଉଚ୍ଚ ଶିକ୍ଷା ନେଉଥିଲେ ଓ କ୍ରିଷ୍ଣକୁମାର ବ୍ରିଟେନରେ ଅଧ୍ୟୟନ କରୁଥିଲେ। ଉଭୟ ଛୁଟି କାଟିବାକୁ ଦୁବାଇ ଆସିଥିଲେ।

Share