ଦୁନିଆର ସବୁଠାରୁ ମହଙ୍ଗା ଚକୋଲେଟ୍‌: ଦାମ ଶୁଣିଲେ ଉଡ଼ିଯିବ ହୋସ୍‌

ନୂଆଦିଲ୍ଲୀ,୨୩।୧୦: ଯଦି ଆପଣ ଚକୋଲେଟ୍‌ର ବହୁତ ବଡ଼ ଫ୍ୟାନ୍‌, ତେବେ ଏହା ଆପଣଙ୍କୁ ପ୍ରଲୋଭିତ କରିବ। କାରଣ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଆଇଟିସି ଦୁନିଆର ସବୁଠାରୁ ମହଙ୍ଗା ଚକୋଲେଟ୍‌ର ଲଞ୍ଚ୍‌ କରିଛି। ଏହି ଚକୋଲେଟ୍‌ର ନାଁ ହେଉଛି ଟ୍ରିନିଟି ଟ୍ରଫଲ୍‌ସ ଏକ୍ସଟ୍ରାଅର୍ଡିନାରି, ଯାହାର ଦାମ୍‌ ଶୁଣିଲେ ହୋସ୍‌ ଉଡ଼ିଯିବ। ଏହି ଚକୋଲେଟ୍‌ର ଦାମ୍‌ ହେଉଛି ପ୍ରତି କିଲୋ ୪.୩ଲକ୍ଷ ଟଙ୍କା। ଦୁନିଆର ସବୁଠାରୁ ଏହା ମହଙ୍ଗା ଚକୋଲେଟ୍‌ ହୋଇଥିବାରୁ ଏହାକୁ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସାମିଲ କରାଯାଇଛି।

ଏହାକୁ ଫ୍ରାନ୍ସର ଜଣାଶୁଣା ସେଫ୍‌ (ପୁରୁଷ ରୋଷେୟା) ଫିଲିଫ କଣ୍ଟିସିନି ଓ ଫେବଲରର ମାଷ୍ଟର ଚକଲେଟିୟର ମିଳିତ ଭାବେ ତିଆରି କରିଛନ୍ତି। ଚକୋଲେଟଗୁଡିକୁ ହାତତିଆରି କାଠ ବାକ୍ସରେ ଭର୍ତ୍ତି କରି ବିକ୍ରି କରାଯିବ। ଏଥିରେ ୧୫ ଗ୍ରାମ ଓଜନର ୧୫ଟି ଚକୋଲେଟ ରଖାଯାଇପାରିବ। ଏହି ବାକ୍ସର ଦାମ ୧ ଲକ୍ଷ ଟଙ୍କା ରଖାଯିବ ବୋଲି ସ୍ଥିର କରାଯାଇଛି। ଅର୍ଥାତ୍‌ ଗୋଟିଏ କ୍ୟାଣ୍ଡିର ଦାମ୍‌ ପ୍ରାୟ ୬୬୬୭ ଟଙ୍କା ହେବ। ଭାରତୀୟ କମ୍ପାନୀ ଚକୋଲେଟ୍‌ ଲଞ୍ଚ୍‌ କରିବା ପରେ ଏହା ଇତିହାସ ରଚିଛି। ଏହାକୁ ଦୀପାବଳି ଅବସରରେ ସ୍ବତନ୍ତ୍ର ଲୋକଙ୍କୁ ମହଙ୍ଗା ଉପହାର ସଦୃଶ ଭେଟି ମଧ୍ୟ ଦିଆଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri