ଦୁଗ୍ଧ ବୋଝେଇ ଟ୍ରକ୍‌କୁ ପିଟିଲା କୋଇଲା ଟ୍ରକ୍‌ : ୨ ଗୁରୁତର

କେନ୍ଦୁଝର,୧୪।୧୦(ସ୍ବ.ପ୍ର) : କେନ୍ଦୁଝର ଜିଲା ରିମୂଳି ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଠାରେ ସୋମବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ସ୍ଥାନରେ ୨୦ ନଂ. ଜାତୀୟ ରାଜପଥରେ ଏକ ଦୁଗ୍ଧ ବୋଝେଇ ମିନି ଟ୍ରକ୍‌ ଅନ୍‌ଲୋଡ୍‌ କରୁଥିବାବେଳେ ପଛରୁ ଏକ କୋଇଲା ବୋଝେଇ ଟ୍ରକ୍‌ ଜୋର୍‌ରେ ଧକ୍କା ଦେଇଥିଲା। ଫଳରେ ଦୁଗ୍ଧ ବୋଝେଇ ଟ୍ରକଟି କିଛି ଦୂରକୁ ଛିଟିକି ପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଗ୍ଧଗାଡ଼ିର ଡ୍ରାଇଭର ଓ ହେଲପର ଗୁରୁତର ହୋଇଛନ୍ତି। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।