ଦୁଇ ସହଯୋଗୀଙ୍କ ସହ କଫ୍‌ସିରପ୍‌ ମାଷ୍ଟରମାଇଣ୍ଡ ସାନ ନେଗୀ ଗିରଫ

ବଲାଙ୍ଗୀର ଅଫିସ, ୯।୧- କଫ୍‌ସିରପ କାରବାରର ମାଷ୍ଟରମାଇଣ୍ଡ ସାନ ନେଗୀ ଓ ତାଙ୍କର ଦୁଇ ସହଯୋଗୀ ଅଜିତ ନନ୍ଦ ଓ ବାଦଶାହ ମାନଙ୍କୁ ଗୁରୁବାର ଭୁବନେଶ୍ୱରରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ ବଲାଙ୍ଗୀର ଅଣାଯାଇ ଏକ ଗୁପ୍ତ ସ୍ଥାନରେ ପଚରାଉଚୁରା କରାଯାଉଥିବା ଜଣାପଡିଛି ।