Categories: ଖେଳ

ଦୁଇ ପୁଅଙ୍କୁ ନିଜ ଭଳି ନୁହେଁ, ଏହି ଦୁଇ ଖେଳାଳିଙ୍କ ପରି ଦେଖିବାକୁ ଚାହୁଁଛନ୍ତି ସେହ୍ବାଗ

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ସେ ମଜାକିଆ କମେଣ୍ଟ କରି ବେଶ୍‌ ଚର୍ଚ୍ଚାକୁ ମଧ୍ୟ ଆସିଥାନ୍ତି। ନିକଟରେ ନିଜ ଦୁଇ ପୁଅ ଆର୍ଯ୍ୟବୀର ଏବଂ ବେଦାନ୍ତଙ୍କ କ୍ୟାରିୟରକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ମୁଁ ଦୁଇ ପୁଅଙ୍କୁ ବିରେନ୍ଦ୍ର ସେହ୍ବାଗ ନୁହେଁ, ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଦେଖିବାକୁ ଚାହେଁ। କିନ୍ତୁ ମୁଁ ସେମାନଙ୍କୁ କ୍ରିକେଟର ହେବାକୁ କେବେ ଚାପ ପକାଇନାହିଁ। ସେମାନେ ନିଜ କ୍ୟାରିୟର ନିଜେ ନିଷ୍ପତ୍ତି ନେଇପାରିବେ ବୋଲି ସେହ୍ବାଗ କହିଛନ୍ତି। ଏବେ ଆର୍ଯ୍ୟବୀରଙ୍କୁ ୧୨ ଏବଂ ବେଦାନ୍ତଙ୍କୁ ମାତ୍ର ୯ ବର୍ଷ। ତେଣୁ ପ୍ରଥlମେ ପାଠପଢା ଉପରେ ସେ ଏବେ ଧ୍ୟାନ ଦେଉଛନ୍ତି। ପ୍ରଥମେ ଭଲ ମଣିଷ ହେବା ଉପରେ ମୁଁ ପ୍ରାଥମିକତା ଦେଉଛି ବୋଲି ସେ କହିଛନ୍ତି।

Share