Categories: ଜାତୀୟ

ଦୁଇ ପାଓ୍ବାରଙ୍କ ମଝିରେ ମହାରାଷ୍ଟ୍ର ସଙ୍କଟ: ଫଡ୍‌ନବିସ୍‌ ସମ୍ଭାଳିଲେ ଦାୟିତ୍ୱ

ମୁମ୍ବାଇ,୨୫।୧୧: ଦୁଇ ପାଓ୍ବାରଙ୍କ ମଝିରେ ମହାରାଷ୍ଟ୍ରରେ ସଙ୍କଟ ଜାରି ରହିଛି। ଗୋଟିଏ ପଟେ ଶରଦ ପାଓ୍ବାର ଥିବାବେଳେ ଅନ୍ୟପଟେ ରହିଛନ୍ତି ଅଜିତ୍‌ ପାଓ୍ବାର। ରାଜ୍ୟରେ ସରକାର ଗଠନ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଚାଲିଥିବାବେଳେ ସୋମବାର ବିଧାନ ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ୍‌ ଦାୟିତ୍ୱ ସମ୍ଭାଳିଛନ୍ତି। ଭାଜପା ପାଖରେ ଆବଶ୍ୟକ କୁହୁକ ସଂଖ୍ୟା ୧୪୫ ନ ଥିବାରୁ ସ୍ଥିତି ବେଶ୍‌ ଚିନ୍ତା ଜନକ ହେବାରେ ଲାଗିଛି। ଭାଜପାର ବିଧାୟକ ସଂଖ୍ୟା ୧୦୫ ଥିବା ବେଳେ ଦଳକୁ ଏନ୍‌ସିପିର ୨ ଜଣ, ଅନ୍ୟ ୮ ଏବଂ ୧୩ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଉଛି। ଏପରି ହେଲେ ବିଧାନସଭାରେ ଭାଜପା ପାଖରେ ୧୨୮ ବିଧାୟକ ରହିଛନ୍ତି। ତେବେ ସରକାର ଗଠନ ପାଇଁ ଅବଶିଷ୍ଟ ୧୭ ଜଣ ବିଧାୟକଙ୍କ ଆବଶ୍ୟକତା ରହିଛି।

Share