Categories: ଜାତୀୟ

ଦୁଇ ଚକିଆ ଯାନରେ ଯାଉଥିବା ୪ ବର୍ଷର ପିଲା ବି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ

ଲକ୍ଷ୍ନୌ,୧।୧୧: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଶୁକ୍ରବାରଠାରୁ ଉତ୍ତର ପ୍ରଦେଶରେ ଏହାକୁ ଆହୁରି କଡାକଡି କରାଯାଇଛି। ସେଠାରେ ଏବେ ୨ ଚକିଆ ଯାନରେ ଯାଇଥିବା ଲୋକେ ନିଜେ ହେଲମେଟ୍‌ ପିନ୍ଧିବା ସହ ତାଙ୍କ ପଛରେ ବସିଥିବା ବ୍ୟକ୍ତି ବି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ ବୋଲି ସରକାର କହିଛନ୍ତି। ଏମିତିକି ୪ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିୟମ ଉଲ୍ଲଂଘନ କରି ଯଦି ୩ ଥରରୁ ଅଧିକ ଚାଲାଣ କଟାଯିବ ତେବେ ଉକ୍ତ ଗାଡିକୁ ସିଜ୍‌ କରାଯିବ ବୋଲି ସୂଚନା ମିଳିଛି। ଏହାସହ ବାରମ୍ବାର ନିୟମ ଉଲ୍ଲଂଘନ କରୁତିବା ବ୍ୟକ୍ତିଙ୍କର ୩ଗୁଣା ଅଧିକ ଚାଲାଣ ମଧ୍ୟ କଟାଯିବ। ସେମିତି ଚାରି ଚକିଆ ଯାନରେ ଯାତ୍ରା କରୁଥିବା ବେଳେ ଡ୍ରାଇଭର ସହ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ମଧ୍ୟ ସିଟ୍‌ ବେଲ୍ଟ ବାନ୍ଧିବା ଜରୁରୀ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୂଆ ମୋଟର ଯାନ ନିୟମ ଗତ ସେପ୍ଟେମ୍ବର ୧ରୁ ଲାଗୁ କରାଯାଇଛି। ହେଲେ ଏବେବି ଏହାକୁ ନେଇ କେତେକ ରାଜ୍ୟରେ କୋହଳ ନିୟମ କରାଯାଇଥିବା ବେଳେ ଲୋକଙ୍କୁ କିଛି ସମୟର ବିରତି ଦିଆଯାଇଛି। ଆଉ ସମୟ ଅବଧି ପୂରଣ ହେବା ପରେ ଏହା ଲାଗୁ କରାଯିବ ବୋଲି କୁହାଯାଇଛି।

Share