ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା: ଗ୍ୟାଙ୍ଗ ଲିଡର ବାଲବଚା ଗିରଫ

ବ୍ରହ୍ମପୁର ଅଫିସ,୨୮।୮: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ଶାନ୍ତି ନଗରରେ ଗତ ୧୫ ତାରିଖରେ ୨ ଅପରାଧୀ ବାଲ୍‌ବଚା ଓ ଖଣ୍ଡି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ଘଟଣାରେ ଫେରାର ଥିବା ବାଲ୍‌ବଚା ଗ୍ୟାଙ୍ଗ ଲିଡର ଲବ ସେଠୀ ଓରଫ ବାଲବଚା (୨୨)ଙ୍କୁ ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଥିଲା। ବୁଧବାର ମାମଲା ନଂ. ୧୩୪/୧୯ ରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଖଣ୍ଡି ଗୋଷ୍ଠୀର କାଳିଆ ଡାକୁଆ ତାଙ୍କ ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ବାଲବଚା ଓ ତାଙ୍କର ୪ ସହଯୋଗୀ ସେଠାରେ ପହଞ୍ଚିଥିଲେ । ପରେ ଏକାକୀ ଥିବା କାଳିଆଙ୍କୁ ସେମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏ ନେଇ କାଳିଆଙ୍କ ଭାଇ ଭାସ୍କର ବେହେରା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ବାଲବଚାଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି।