Categories: ଅନୁଗୋଳ

ଦୁଇ ଗୋରୁ ବୋଝେଇ କଣ୍ଟେନର ଜବତ, ୧୦୭ ଗୋରୁ ଉଦ୍ଧାର, ୩ ଗିରଫ

ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ପୋଲିସ ପକ୍ଷରୁ ରବିବାର ବେଆଇନ ଗୋରୁ ବୋଝେଇ ଗାଡ଼ି ଉପରେ ଚଢ଼ାଉ କରାଯାଇ ଦୁଇଟି କଣ୍ଟେନର ଜବତ ସହ ୧୦୭ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଦୁଇଟି କଣ୍ଟେନରରେ ଗୋରୁ ବୋଝେଇ ହୋଇ ବେଆଇନ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତୁବେ ନିକଟସ୍ଥ ୫୫ନଂ ଜାତୀୟ ରାଜପଥ ନିକଟରେ ଚଢ଼ାଉ କରାଯାଇଥିଲା। ଉଦ୍ଧାର ହୋଇଥିବା ଗୋରୁଙ୍କୁ ରନ୍ତେଲେଇ ନିକଟସ୍ଥ ଗୋ’ଶାଳାରେ ରଖାଯାଇଛି। ଏ ନେଇ ଜରପଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ସଂପୃକ୍ତ ୧୦ରୁ ଊଦ୍ଧର୍‌ବ ବ୍ୟକ୍ତି ଫେରାର ହୋଇଯାଇଛନ୍ତି। ଏ ନେଇ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଏଥିରେ ସଂପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିନ୍ଦୁବାସିନୀ ବିଶ୍ବାଳ ପ୍ରକାଶ କରିଛନ୍ତି।