ଦୁଇ କଏଦୀ ଦଳଙ୍କ ମଧ୍ୟରେ ଗୁଳିମାଡ଼: ୧୨ ନିହତ

ପାନାମା ସିଟି, ୧୮।୧୨: ପାନାମାରେ ଏକ ଜେଲ୍‌ରେ ଦୁଇ କଏଦୀ ଦଳଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।  କଏଦୀମାନେ ପରସ୍ପର ଉପରକୁ ଗୁଳିମାଡ଼ କରିଥିବା ଜେଲ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ୫ ପିସ୍ତଲ ଏବଂ ୨ ରାଇଫଲ ଜବତ ହୋଇଛି। ଏହି ଜେଲ୍‌ର ବ୍ୟାପକ ନିଶାଦ୍ରବ୍ୟ କାରବାର ହେଉଥିବା ଅଭିଯୋଗ ପୂର୍ବରୁ ରହିଥିଲା ବୋଲି ପୋଲିସ ଉପ ନିର୍ଦ୍ଦେଶକ ଆଲେକ୍ସ ମୁନୋଜ୍‌ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Share