Categories: ଜାତୀୟ

ଦୀର୍ଘ ଦିନ ପରେ ଏକାଠି ମାଆଙ୍କ ସହ ଭୋଜନ କଲେ ମୋଦି

ଗାନ୍ଧିନଗର,୧୨ ।୩: ବିଧାନସଭା ନିର୍ବାଚନରେ ୪ ରାଜ୍ୟରେ ବିଜୟର ଧ୍ୱଜା ଉଡାଇବା ପରେ ଏବେ ଗୁଜରାଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ସେ ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ସେଠାରେ ମେଗା ରୋଡ ଶୋ’ କରିଛନ୍ତି । ଏହି ସମୟରେ ମୋଦି ପ୍ରାୟ ୨ ବର୍ଷ ପରେ ମାଆ ହିରାବେନଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେବା ସହ ତାଙ୍କସହ ମିଶି ଭୋଜନ କରିଛନ୍ତି । ଦିନରେ ରୋଡ ଶୋ’ ସରିବା ପରେ ସେ ତାଙ୍କର ଗାନ୍ଧିନଗର ସ୍ଥିତ ଘରକୁ ଯାଇ ମାଆଙ୍କୁ ଭେଟିଥିଲେ ।
ସୂଚନାଯୋଗ୍ୟ, ଶୁକ୍ରବାର ମୋଦି ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେହିଠାରୁ ହିଁ ଆରମ୍ଭ ହୋଇଥିଲା ରୋଡ ଶୋ’ । ଏହା ପ୍ରାୟ ୧୦ କିଲୋମିଟ ଅତିକ୍ରମ କରି ଗାନ୍ଧିନଗରରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟ କାର୍ଯ୍ୟାଳୟ ‘କମଲମ’ରେ ଶେଷ ହୋଇଥିଲା । ଏହି ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ସମର୍ଥକଙ୍କୁ ମୋଦି ହାତ ହଲାଇ ଅଭିବାଦନ ଜଣାଇଥିଲେ ।

Share