ଦୀପିକାଙ୍କ ଫଟୋ ଦେଖି କ’ଣ କହୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ଓ ରଣବୀର ସିଂ ବିବାହ କରିବା ପରେ ଅଧିକାଂଶ ସମୟ ରହୁଛନ୍ତି ଚର୍ଚ୍ଚାରେ। ଉଭୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ଥିବା ବେଳେ ଅନେକ ସମୟରେ ଦୀପିକାଙ୍କର କିଛି କ୍ୟୁଟ ଫଟୋ ମଧ୍ୟ ଦେଖିବାକୁ ମିଳିଥାଏ। ହେଲେ ଏବେ ଏମିତି ଏକ ଫଟୋ ଦୀପିକା ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଯାହାକୁ ଦେଖିବା ପରେ ସେ ଗର୍ଭବତୀ ଥିବା ଅନେକ ଲୋକ ଅନୁମାନ କରୁଛନ୍ତି। ଏହି ଫଟୋସହ ଲେଖାଯାଇଥିବା କ୍ୟାପଶନ ମଧ୍ୟ ଦର୍ଶକଙ୍କୁ ଅଡୁଆରେ ପକାଉଛି। କାରଣ ଏଥିରେ ଲେଖାଯାଇଛି,‘ହାୟ ଡାଡି’। ଏହାକୁ ନେଇ ରଣବୀର ମଧ୍ୟ ତାଙ୍କର କମେଣ୍ଟ ଲେଖିଛନ୍ତି। ଆଉ ତାଙ୍କ କମେଣ୍ଟରୁ ଅନୁମାନ ଲଗାଯାଉଛି କି ନିକଟ ଭବିଷ୍ୟତରେ ଦୀପିକା ବୋଧହୁଏ ମା’ ହୋଇପାରନ୍ତି।

Share