ଦୀପିକାଙ୍କଠାରୁ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ ଶିଖୁଛନ୍ତି ରଣବୀର୍‌

ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍‌ ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌। ନିଜ ସାଂସାରିକ ଜଞ୍ଜାଳରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଉଭୟ ପରସ୍ପର ପାଇଁ ସମୟ ବାହାର କରିଦେଇଥାନ୍ତି। ବର୍ତ୍ତମାନ ଦୀପିକାଙ୍କଠାରୁ ଟାଇମ୍‌ ମ୍ୟାନେଜମେଣ୍ଟ ଶିଖୁଛନ୍ତି ରଣବୀର। ତାଙ୍କ ମତରେ ଦୀପିକା ଟାଇମ୍‌ ମ୍ୟାନେଜ୍‌ମେଣ୍ଟ କରିବାରେ ସିଦ୍ଧହସ୍ତା। ସେ ମୋ ଜୀବନରେ ଆସିବା ପରେ ବହୁତ କିଛି ଶିଖିବାକୁ ମିଳିଛି ବୋଲି ସେ କହିଛନ୍ତି। ବିବାହ ପରେ ପ୍ରଥମଥର ପାଇଁ ଦୁହେଁ ‘୮୩’ ଫିଲ୍ମରେ ଏକତ୍ର ନଜରକୁ ଆସିବେ। ଫିଲ୍ମଟି ୧୯୮୩ ବିଶ୍ୱକପ୍‌ ଉପରେ ଆଧାରିତ। ନିକଟରେ ଏହି ଚଳଚ୍ଚିତ୍ରର ଶୁଟିଂ ଶେଷ ହୋଇଯାଇଛି। କବିର ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଚରିତ୍ରରେ ନଜରକୁ ଆସିବେ। ଫିଲ୍ମ ‘୮୩’ ରଣବୀର ସିଂଙ୍କ ଅଭିନୀତ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ପ୍ରସ୍ତୁତ ଏହା ପ୍ରଥମ ତ୍ରିଭାଷୀ ଫିଲ୍ମ ହେବ। ଏହି ଫିଲ୍ମର କିଛି ଭାଗ ଶୁଟିଂ ପ୍ରସିଦ୍ଧ ଲଡର୍‌ସ ଗ୍ରାଉଣ୍ଡରେ କରାଯାଇଛି।

Share