ଦୀପାବଳୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଆଜି ପବିତ୍ର ଦୀପାବଳି। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଦୀପାବଳି ଏବଂ କାଳିପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆଲୋକର ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳିବା ସହ ଏହି ଖୁସିକୁ ଆଖପାଖରେ ଥିବା ଅସହାୟ ଲୋକଙ୍କ ସହ ବାଣ୍ଟନ୍ତୁ। ମୋ’ ବିଶ୍ୱାସ ଏହା ଆପଣଙ୍କୁ ସବୁଠାରୁ ଅଧିକ ଆନନ୍ଦ ଦେବ ବୋଲି ସେ କହିଛନ୍ତି।