ଦୀପାବଳି ଉପଲକ୍ଷେ ଅଯୋଧ୍ୟାରେ ଜଳିବ ୫ଲକ୍ଷ ଦୀପ

ଲକ୍ଷ୍ନୌ,୨୬।୧୦: ଭଗବାନ ରାମଙ୍କ ନଗରୀ କୁହାଯାଉଥିବା ଅଯୋଧ୍ୟାରେ ଶନିବାର ଦୀପୋତ୍ସବର ତୃତୀୟ ସଂସ୍କରଣ ଲୋକାର୍ପିତ ହେବ। ଏହି ଉତ୍ସବରେ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ବରିଷ୍ଠ ଅତିଥିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୭ଟାରୁ ସାଢେ ୭ଟା ମଧ୍ୟରେ ଅଯୋଧ୍ୟାର ସମସ୍ତ ଘାଟ ତଥା ସମ୍ପୂର୍ଣ୍ଣ ଅଯୋଧ୍ୟାରେ ପ୍ରାୟ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ କରାଯିବ। ଏହି ଉତ୍ସବ ଅବସରରେ ୨୨୬ କୋଟି ଟଙ୍କା ଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ୨୬ ତାରିଖରେ ସମାପ୍ତ ହେବ।

Share