Categories: ଖେଳ

ଦୀପକ ଚହରଙ୍କ ବୋଲିଂ ଦେଖି ଏମିତି କହିଲେ ତାଙ୍କ ଭଉଣୀ

ନୂଆଦିଲ୍ଲୀ,୧୩।୧୧: ନିର୍ଣ୍ଣାୟକ ଟି-୨୦ରେ ବାଂଲାଦେଶ ବ୍ୟାଟିଂ ଲାଇନଅପ୍‌ ଛିନଛତ୍ର କରି ଦେଇଥିବା ଟିମ ଇଣ୍ଡିଆର ଦ୍ରୁତ ବୋଲିର ଦୀପକ ଚହର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଉକ୍ତ ମ୍ୟାଚ୍‌ରେ ଦୀପକ କେବଳ ଭଲ ବୋଲିଂ କରି ନ ଥିଲେ ବରଂ ହ୍ୟାଟ୍ରିକ ଉଇକେଟ ମଧ୍ୟ ଦଖଲ କରିଥିଲେ। ମାତ୍ର ୩.୨ ଓଭରରେ ସେ ୭ ରନ ଦେଇ ୬ ଜଣ ବ୍ୟାଟ୍ସ୍ୟାନଙ୍କୁ ପ୍ୟାଭିଲିୟନ ପଠାଇବା ସହ ଭାରତକୁ ୨-୧ରେ ସିରିଜ ଭେଟି ଦେଇଥିଲେ। ଏଥିସହ ସେ ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମଧ୍ୟ ହାତେଇ ଥିଲେ। ଭାଇଙ୍କ ଏଭଳି ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାଙ୍କ ଭଉଣୀ ମାଳତୀ ଚହର। ପେସସାରେ ଜଣେ ମଡେଲ ଥିବା ମାଳତୀ କହିଛନ୍ତି, ଦୀପକଙ୍କ ହ୍ୟାଟ୍ରିକ୍‌ ଦେଖି ମୋ ଲୋମ ଟାଙ୍କୁରି ଉଠିଥିଲା। ସୋସିଆଲ ମିଡିଆରେ ଭାଇଙ୍କ ପାଇଁ ଏକ ଖାସ୍‌ ମେସେଜ୍‌ ଲେଖିଛନ୍ତି। ହ୍ୟାଟ୍ରିକ୍‌ ଏବଂ ଟି-୨୦ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ଭଉଣୀ ଭାବେ ମୁଁ ନିହାତି ଗର୍ବିତ ଆଶା କରୁଛି, ଆଗରୁ ସେ ଆହୁରି ଭଲ ପ୍ରଦର୍ଶନ କରନ୍ତୁ। ସୂଚନାଯୋଗ୍ୟ, ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ପ୍ରଥମ ପୁରୁଷ ଭାରତୀୟ କ୍ରକେଟର ଭାବେ ଟି-୨୦ରେ ହ୍ୟାଟ୍ରିକ ଉଇକେଟ ନେଇଥିବା ଦୀପକ ଚହର ପୁଣି କମାଲ କରିଛନ୍ତି। ସେ ଦିନକ ବିରତି ପରେ ପୁଣିଥରେ ଟି-୨୦ କ୍ରିକେଟରେ ହ୍ୟାଟ୍ରିକ ଉଇକେଟ ଦଖଲ କରିଛନ୍ତି। ସେ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Share