ଦୀଘା, ହାତିଆରେ ମାଡ ହେବ ବାତ୍ୟା ‘ଅମ୍ଫାନ’: ପ୍ରଭାବିତ ଆଶଙ୍କା ଜିଲାକୁ ଗଲେ ଓଡ୍ରାଫ, ଏନଡିଆରଏଫ ଟିମ୍‌

ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି। ଏହା ପାରାଦୀପଠାରୁ ଦକ୍ଷିଣରେ ୯୫୦ କି.ମି, ପଶ୍ଚିମବଙ୍ଗର ଦୀଘାଠାରୁ ୧୧୨୦ କି.ମି ଏବଂ ବାଂଲାଦେଶର ଖେପୁରାଠାରୁ ୧୨୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସାମୁଦ୍ରିକ ଝଡ ଅମ୍ଫନ ଧୀରେ ଧୀରେ ବଳଶାଳୀ ହୋଇ ଘଣ୍ଟାକୁ ମାତ୍ର ୬ କି.ମି ବେଗରେ ସ୍ଥଳଭାଗ ଆଡାକୁ ମୁହାଁଇଛି। ରବିବାର ମଧ୍ୟ ରାତ୍ର ସୁଦ୍ଧା ବାତ୍ୟା ‘ଅମ୍ଫନ’ ଆହୁରି ବଳ ଗୋଟାଇ ଅତି ଭୟଙ୍କର ରୂପ ଧାରଣ କରିବ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ଭୟଙ୍କରରୁ ଆହୁରି ଭୟଙ୍କର ହେବ। ଏହା ଉତର ଦିଗ ଦେଇ ଗତି କରୁଛି। ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଏହି ସାମୁଦ୍ରିକ ଝଡ ଦିଗ ପରିବର୍ତନ କରି ଉତ୍ତର ପୂର୍ବ ଦିଗକୁ ଗତି କରିବ। ଆସନ୍ତା ୨୦ ତାରିଖ ଅପରାହ୍ନ କିମ୍ବା ସା ସୁଦ୍ଧା ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ଅମ୍ଫନ ଅତି ଭୟଙ୍କର ରୂପ ଧାରଣ କରି ସ୍ଥଳଭାଗକୁ ମାଡ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେତେବେଳକୁ ଝଡର ବେଗ ଘଣ୍ଟା ପ୍ରତି ୧୮୦ରୁ ୨୦୦ କ.ମି ରହିବ । ୧୮ ତାରିଖରେ ବାତ୍ୟାର ଘଣ୍ଟା ପ୍ରତି ବେଗ ୧୩୫ରୁ ୧୫୦ କି.ମି ରହିବା ବେଳେ ୧୯ ତାରିଖ ରାତି ସୁଦ୍ଧା ୧୭୦ରୁ ୨୦୦ କି.ମିକୁ ବୃଦ୍ଧି ପାଇବ। ସ୍ଥଳ ଭାଗ ଛୁଇଁବା ପରେ ଏହା ଦୁର୍ବଳ ହୋଇଯିବ। ପବନର ବେଗ ମଧ୍ୟ ହ୍ରାସ ପାଇବ। ଏହାର ପ୍ରଭାବରେ ଆସନ୍ତା ୧୮ ତାରିଖ ସାରୁ ଉପକୂଳବର୍ତୀ ଜିଲାଗୁଡିକରେ ବର୍ଷା ଆରମ୍ଭ ହୋଇଯିବ। ଉପକୂଳରେ ଘଣ୍ଟାକୁ ୭୫ରୁ ୮୫ କି.ମି ବେଗରେ ପହବନ ବହିବା ସହିତ ତୁହାକୁ ତୁହା ବର୍ଷା ହେବ। ୧୯ ତାରିଖରେ ପବନର ବେଗ ୧୩୫ରୁ ୧୫୦ କି.ମିକୁ ବୃଦ୍ଧି ପାଇବ। ଗଞ୍ଜାମ, ଗଜପତି, ପୁରୀ , ଜଗତସିଂହପୁର ଏବଂ କେନ୍ଦ୍ରପଡା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋୱାର୍ଣ୍ଣିଂ ଜାରି କରାଯାଇଛି।
୨୦ ତାରିଖରେ ମଧ୍ୟ ଉପକୂଳବର୍ତୀ ଜିଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବ। ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ପାରାଦୀପ, ଚାନ୍ଦବାଲି, ପୁରୀ, ଗୋପାଳପୁରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ବାତ୍ୟା ଆମ୍ଫାନ ଯୋଗୁ ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ୱର ଜିଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିସହିତ ୧୨ଟି ଜିଲାକୁ ଆଲର୍ଟରେ ରଖାଯାଇଛି। ବାତ୍ୟା ଉପରେ ନିୟମିତ ଭାବେ ନଜର ରଖାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଭାବିତ ଆଶଙ୍କା ଥିବା ଜିଲାଗୁଡିକୁ ଓଡ୍ରାଫ ଓ ଏନଡିଆରଏଫ ଟିମ ପଠାଯାଇଛି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ କେତେକ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ ଘରକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରେ ପରିଣତ କରାଯାଇଛି। ଜିଲାରେ ଖାଲିଥିବା ସ୍କୁଲ, କଲେଜ ଓ ଅନ୍ୟାନ ବିଲ୍ଡିଂଗୁଡ଼ିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ମୟୂରଭଞ୍ଜ, ଗଞ୍ଜାମ, ଗଜପତି ଏବଂ ଯାଜପୁର ଜିଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri