‘ଦିଲ୍‌ ଚାହତା ହୈ’ ପ୍ରୀତି ଜିଣ୍ଟାଙ୍କ କାହିଁକି ପସନ୍ଦ ଜାଣନ୍ତି…

ସୈଫ ଅଲ୍ଲୀ ଖାନ୍‌, ଅମୀର ଖାନ୍‌ ଏବଂ ଅକ୍ଷୟ ଖାନ୍ନାଙ୍କ ସୁପରହିଟ୍‌ ଫିଲ୍ମ ‘ଦିଲ୍‌ ଚାହତା ହୈ’ ରିଲିଜ ହେବାର ୧୮ ବର୍ଷ ପୂରିଛି। ଫିଲ୍ମରେ ପ୍ରୀତି ଜିଣ୍ଟା, ସୋନାଲି କୁଲକର୍ଣ୍ଣି ଏବଂ ଡିମ୍ପଲ କପାଡ଼ିଆ ଲିଡ୍‌ ଭୂମିକାରେ ଅଭିନୟ କରିଥିଲେ। ପ୍ରୀତି ଅମୀରଙ୍କ ସହିତ ରୋମାଣ୍ଟିକ୍‌ ସିନ୍‌ କରିଥିଲେ। ଫିଲ୍ମ ରିଲିଜ ହେବାର ୧୮ ବର୍ଷ ପୂରିଥିବାରୁ ପ୍ରୀତି ଟୁଇଟ୍‌ କରିଛନ୍ତି। ଟୁଇଟ୍‌ ଜରିଆରେ ସେ ଅମୀର ଖାନ୍‌, ଫର୍‌ହାନ୍‌ ଅଖତର, ସୈଫ ଅଲ୍ଲୀ ଖାନ୍‌ ଏବଂ ଅକ୍ଷୟ ଖାନ୍ନାଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରୀତି ଟୁଇଟ୍‌ କରି ଲେଖିଛନ୍ତି,‘ଜାଣିଛନ୍ତି ଏହି ଫିଲ୍ମ ମୋର କାହିଁକି ପ୍ରିୟ ତାଲିକାରେ ରହିଛି’। କାରଣ ସମସ୍ତେ ଶୁଟିଂ ସେଟ୍‌ରେ ବହୁତ ମଜା କରିଥିଲୁ। ଏହି ଫିଲ୍ମରେ ତିନି ବେଷ୍ଟ ଫ୍ରେଣ୍ଡଙ୍କ କାହାଣୀ ଦେଖିବାକୁ ମିଳିଥିଲା। ଚଳିତବର୍ଷ ଫିଲ୍ମଟିକୁ ବେଷ୍ଟ ଆଓ୍ବାର୍ଡ ମଧ୍ୟ ମିଳିଛି। ଫିଲ୍ମର ପ୍ରଯୋଜକ ଥିଲେ ରିତେଶ ସିଧଓ୍ବାନୀ।

ଫିଲ୍ମରେ ଅକ୍ଷୟ ଖାନ୍ନା ଏବଂ ଡିମ୍ପଲ କପାଡ଼ିଆ ହିଟ୍‌ ଯୋଡ଼ି ଭାବେ ନଜର ଆସିଥିଲେ। ଫିଲ୍ମଟିରେ ଅଧିକ କମେଡି କରିଥିଲେ ସୈଫ୍‌ ଅଲ୍ଲୀ ଖାନ୍‌। ସୋନାଲି କୁଲକର୍ଣ୍ଣିଙ୍କ ସହିତ ତାଙ୍କ ଯୋଡ଼ିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ପ୍ରୀତି ଦୀର୍ଘଦିନ ହେବ ଫିଲ୍ମ ଲାଇନ୍‌ରୁ ଦୂରେଇ ଯାଇଛନ୍ତି। ୨୦୧୮ରେ ସେ ‘ଭାୟାଜୀ ସୁପରହିଟ୍‌’ରେ ନଜର ଆସିଥିଲେ। ତା’ ପରଠାରୁ ପ୍ରୀତିଙ୍କୁ ଆଉ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ।

Share