ଦିଲ୍ଲୀ ହିଂସା: ହିନ୍ଦୁ କନ୍ୟାଙ୍କ ବିବାହ ସମୟରେ ଘର ବାହାରେ ଜଗି ରହିଥିଲେ ମୁସଲମାନ ପଡୋଶୀ

ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ଉପୁଜିଥିବା ହିଂସାରେ ଏବେସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ଦେଖି ରାଜଧାନୀବାସୀ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ଏହି ହିଂସା ସମୟରେ ଚାନ୍ଦବାଗ ଅଞ୍ଚଳରେ ରହୁଥିବା ଜଣେ ହିନ୍ଦୁ ପରିବାର ତାଙ୍କ ଝିଅ ବିବାହକୁ ଘୁଞ୍ଚାଇ ଦେବାକୁ ଚାହୁଁଥିବା ବେଳେ ପଡୋଶୀଙ୍କ ସହାୟତାରେ କିନ୍ତୁ ଏହା ସମ୍ପନ୍ନ କରାଯାଇଥିବା ଜଣାପଡିଛି। ସବୁଠାରୁ ବଡକଥା ହେଲା ଚାନ୍ଦବାଗ ମୁସଲମାନ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ରହୁଥିବା ଜଣେ ହିନ୍ଦୁ ପରିବାରର ୨୩ ବର୍ଷୀୟା କନ୍ୟା ସାବିତ୍ରୀ ପ୍ରସାଦଙ୍କର ଗତ ମଙ୍ଗଳବାର ବିବାହ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ବାହାରେ ହିଂସାର ପରିବେଶ ଦେଖି ସାବିତ୍ରୀଙ୍କ ପିତା ଏହି ବାହାଘର ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପଡୋଶୀରେ ଥିବା ମୁସଲମାନ ଭାଇମାନେ ଘର ବହାରେ ଜଗିରହି ବିବାହ ନିର୍ଦ୍ଧାରିତ ସମୟରେ କରିଥିବା ଜଣାପଡିଛି। ଏହପରେ ସାବିତ୍ରୀଙ୍କ ପରିବାର ପଡୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share