Categories: ଜାତୀୟ

ଦିଲ୍ଲୀ ସୀମା ବିବାଦକୁ ନେଇ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୬: କରୋନା ସଂକ୍ରମଣ କାରଣକୁ ଏବେ ଦିଲ୍ଲୀ ସୀମାକୁ ସିଲ୍‌ କରି ଦିଆଯାଇଛି। ଫଳରେ ସାଧାରଣ ଲୋକଙ୍କ ଯାଆସ କରିବାରେ ଅସୁବିଧା ସୃଷ୍ଟି ହେଉଛି। ଲୋକଙ୍କ ଏହି ସମସ୍ୟାକୁ ଦେଖି ସୁପ୍ରିମକୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। କୋର୍ଟ ଏହି ମାମଲାର ବିଚାର କରି ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ କମନ୍‌ ପାସ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପାସ୍‌ ନେଇ ଜଣେ ବ୍ୟକ୍ତି ଯେମିତି ଏନ୍‌ସିଆର୍‌ର ଯେ କୌଣସି ସ୍ଥାନକୁ ଯାଇପାରିବେ।

Share