Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପଥେ ସବୁ ରାଜନୈତିକ ଦଳ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନର କାର୍ଯ୍ୟକାଳ ଆସନ୍ତା ଫେବୃୟାରୀରେ ପୂରଣ ହେଉଥିବା ବେଳେ ସୋମବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଫେବୃୟାରୀ ୮ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଓ ଏହାର ଫଳାଫଳ ୧୧ରେ ପ୍ରକାଶ ପାଇବ। ଏହାକୁ ଦେଖି ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ତାଙ୍କର ମତ ରଖିଛନ୍ତି। ସେ କହିଛନ୍ତି ଯିଏ କାମ କରିଛି ଭୋଟର ଏଥର ତାଙ୍କୁ ହିଁ ଭୋଟ ଦେବେ। ଆଉ ଆମ ଆଦମୀ ପାର୍ଟି(ଏଏପି) ଏଥର ପୁଣିଥରେ ଦିଲ୍ଲୀର ଶାସନ ଭାର ହାତକୁ ନେବ ବୋଲି ସେ କହିଛନ୍ତି। ସେପଟେ ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଦିଲ୍ଲୀବାସୀ ଏଥର ନୂଆ ରେକର୍ଡ କରିବେ। ନିର୍ବାଚନ କମିଶନଙ୍କ ତାରିଖ ଘୋଷଣାକୁ ଭାରତୀୟ ଜନତା ପାର୍ଟି(ଭାଜପା) ସ୍ବାଗତ କରୁଛି ବୋଲି ଶାହା କହିଛନ୍ତି। କଂଗ୍ରେସ ମଧ୍ୟ ନିଜ ଆଡକୁ ଭୋଟରଙ୍କୁ ଆକର୍ଷିତ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ବୋଲି ଆଲୋଚନା ହେଉଛି।

Share