Categories: ଜାତୀୟ

ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ ହେବ ଉନ୍ନାଓ ପୀଡ଼ିତାଙ୍କ ଚିକିତ୍ସା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨।୮: ଉତ୍ତରପ୍ରଦେଶର ବହୁ୍‌ଚର୍ଚ୍ଚିତ ଉନ୍ନାଓ ପୀଡିତା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୀଡିତାଙ୍କ ଚିକିତ୍ସା ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ପରିବାର ଲକ୍ଷ୍ନୌରେ ଚିକିତ୍ସା ଚାହୁଁଛନ୍ତି ବୋଲି ତାଙ୍କ ଓକିଲ କହିବା ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସେହିପରି ସୁରକ୍ଷା ଦୃଷ୍ଟିକୋଣରୁ ପୀଡିତାଙ୍କ ଦାଦାଙ୍କୁ ରାଏବରେଲି ଜେଲରୁ ଅଣାଯାଇ ଦିଲ୍ଲୀର ତିହାଡ ଜେଲ୍‌ରେ ରଖାଯିବ ବୋଲି ସୁପ୍ରିମୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଉନ୍ନାଓ ବଳାତ୍କାର ପୀଡିତା ଓକିଲ ଏବଂ ମାଉସୀଙ୍କ ସହ କାର୍‌ରେ ଯାଉଥିବାବେଳେ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କ ମାଉସୀଙ୍କ ମୃତ୍ୟୁ ହୋଇଥିଲା। ପୀଡିତା ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ଏହି ଘଟଣାରେ ଭାଜପା ବିଧାୟକ କୁଳଦୀପ ସେନଗାର ଗିରଫ୍‌ ହୋଇଛନ୍ତି।

Share