Categories: ଜାତୀୟ

ଦିଲ୍ଲୀ ଦଙ୍ଗା: ୪୩୬ ମାମଲା ରୁଜୁ, ୧୪୨୭ ଗିରଫ

ନୂଆଦିଲ୍ଲୀ,୪ା୩(ପି.ଟି.): ଦିଲ୍ଲୀ ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ଏପର୍ଯ୍ୟନ୍ତ ୪୩୬ଟି ମାମଲା ରୁଜୁ ହେବା ସହ ୧୪୨୭ ଜଣଙ୍କୁ ଗିରଫ କିମ୍ବା ଅଟକ ରଖାଯାଇଛି। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଅସ୍ତ୍ରଶସ୍ତ୍ର ଆଇନରେ ୪୫ ମାମଲା ରୁଜୁ ହୋଇଛି। ଗତ ୬ ଦିନ ମଧ୍ୟରେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଦଙ୍ଗା ସମ୍ପର୍କରେ କୌଣସି ଫୋନ୍‌କଲ ଆସିନାହିଁ। ଦଙ୍ଗା ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ପୋଲିସ କହିଛି।

Share