Categories: ଜାତୀୟ

ଦିଲ୍ଲୀ ଦଙ୍ଗା ସମୟରେ ଶାହା ଥିଲେ କେଉଁଠି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୧।୩: ଦିଲ୍ଲୀରେ ଦଙ୍ଗା ଜାରି ରହିଥିବା ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେଉଁଠି ଥିଲେ ବୋଲି ଲୋକ ସଭାରେ କଂଗ୍ରେସ ସଦସ୍ୟ ଅଧିର ରଞ୍ଜନ ଚୌଧୁରୀ ପ୍ରଶ୍ନ କରିଛନ୍ତି। ଦେଶର ରାଜଧାନୀ ଜଳୁଥିବା ବେଳେ ଶାହା ଅବା ଅନ୍ୟ ୨ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ଦେଖା ନ ଥିଲା। ଲୋକଙ୍କ ଆଖିରୁ ଲୁହ ପୋଛିବା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ରାଜରାସ୍ତାକୁ ଓହ୍ଲାଇଥିଲେ। ତାଙ୍କର ଏଭଳି ପଦକ୍ଷେପ ଦ୍ୱାରା ଦିଲ୍ଲୀ ଦଙ୍ଗା ଥମିଥିଲା। ଡୋଭାଲଙ୍କ ଏପରି ଉଦ୍ୟମ ସ୍ବାଗତ ଯୋଗ୍ୟ ବୋଲି ଅଧିର ରଞ୍ଜନ କହିଛନ୍ତି। ଯେଉଁ କାମ ସ୍ବରାଷ୍ଟ ଅବା ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ କରିବା କଥା ତାହା ଡୋଭାଲ କରି ଦେଖାଇଥିବାରୁ ଅଧିର ରଞ୍ଜନ ତାଙ୍କୁ ପ୍ରଶଂସା କରିଛନ୍ତି।

Share