Categories: ଜାତୀୟ

ଦିଲ୍ଲୀ ଦଙ୍ଗା ପୀଡିତଙ୍କୁ ମିଳୁଛି ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ,୨୮।୨: ଉତ୍ତର-ପୂର୍ବ ଦିଲ୍ଲୀରେ ଗତ ୫ ଦିନ ହେବ ଉପୁଜିଥିବା ଦଙ୍ଗାରେ ଅନେକ ଲୋକ ସେମାନଙ୍କ ଜୀବିକା ହରାଇଥିବା ବେଳେ କେତେକ ବାସହରା ମଧ୍ୟ ହୋଇ ପଡିଛନ୍ତି। ଏମାନଙ୍କୁ ଏବେ ଦିଲ୍ଲୀ ଶିଖ ଗୁରୁଦ୍ୱାର ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଶିବ ବିହାର ଅଞ୍ଚଳରେ ଥିବା ଲୋକଙ୍କୁ ଏହି ଖାଦ୍ୟ ଶୁକ୍ରବାର ବଣ୍ଟନ କରାଯାଇଛି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ଦଙ୍ଗା ପରିସ୍ଥିତି ଉପୁଜିଥିବା ବେଳେ ଏବେସୁଦ୍ଧା ଏଠାରେ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Share