Categories: ଜାତୀୟ

ଦିଲ୍ଲୀ ଦଙ୍ଗା: ଅଙ୍କିତ ଶର୍ମାଙ୍କୁ ଧାରୁଆ ଅସ୍ତ୍ରରେ କରାଯାଇଥିଲା ଆକ୍ରମଣ

ନୂଆଦିଲ୍ଲୀ,୧୪।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଗତ ମାସରେ ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଇଣ୍ଟଲିଜେନ୍ସ ବ୍ୟୁରୋର ଅଧିକାରୀ ଅଙ୍କତି ଶର୍ମାଙ୍କ ମୃତ୍ୟୁ ହୋଇଥିଲା। ତେବେ ଅଙ୍କିତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। କାରଣ ନିଖୋଜ ଅଙ୍କିତଙ୍କ ମୃତ ଶରୀର ଡ୍ରେନରୁ ମିଳିଥିଲା। ଏବେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିଲା। ତାଙ୍କ ଶରୀରରେ ପାଖାପାଖି ୫୧ଟି କ୍ଷତ ଥିବା ବେଳେ ସେଥିମଧ୍ୟରୁ ୧୨ଟି ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିବା କୁହାଯାଉଛି। ଏହାସହ ୩୩ଟି ଦାଗ ଏପରି ରହିଛି ଯାହା ଲୁହା ରଡ ଅବା ଠେଙ୍ଗାରେ ଆକ୍ରମଣ କରାଯାଇଥିବା କୁହାଯାଇଛି। ଏହି ରିପୋର୍ଟ ଆସିବା ପରେ ଏବେ ଆଲୋଚନା ହେଉଛି କି ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଛି।

Share