Categories: ଜାତୀୟ

ଦିଲ୍ଲୀ ଦଙ୍ଗାରେ ମୃତ ଅଙ୍କିତ ଶର୍ମାଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ସହ ଜଣକୁ ମିଳିବ ଚାକିରି: କେଜରିଓ୍ବାଲ

ନୂଆଦିଲ୍ଲୀ,୨।୩: ଦିଲ୍ଲୀ ଦଙ୍ଗାରେ ଇଣ୍ଟଲିଜେନ୍ସ ବ୍ୟୁରୋର ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଗୋଟିଏ ଦିନ ପରେ ଡ୍ରେନ୍‌ରୁ ତାଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରଯାଇଥିବା କୁହାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଅଙ୍କିତ ଶର୍ମାଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ସହ ଜଣକୁ ସରକାରୀ ଚାକିରି ଯୋଗାଇ ଦେବାକୁ କହିଛନ୍ତି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ବିରୋଧ ପ୍ରଦର୍ଶନ ଧୀରେ ଧୀରେ ଦଙ୍ଗାର ରୂପ ନେଇଥିଲା। ଏଥିରେ ଅଙ୍କିତ ଶର୍ମାଙ୍କ ସହ ଜଣେ ହେଡ କନ୍‌ଷ୍ଟେବଳଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଲାଣି। ଏବେବି ଶତାଧିକ ଲୋକେ ଆହତ ଅବସ୍ଥାରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ଦୀର୍ଘ ପ୍ରାୟ ୫ ଦିନର ଦଙ୍ଗା ପରେ ଏବେ ଦିଲ୍ଲୀର ସାଧାରଣ ଜୀବନ ସ୍ବାଭାବିକ ହେଉଥିବା ଲକ୍ଷ୍ୟ କରାଯାଇଛି।

Share