Categories: ଜାତୀୟ

ଦିଲ୍ଲୀ ଚିଡିଆଖାନାରେ ଫିଲ୍ମ ଦୃଶ୍ୟ: ସିଂହ ସାମ୍ନାକୁ ଡେଇଁଲେ ଯୁବକ

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଚିଡିଆଖାନା ବୁଲି ଯାଇଥିବା ଜଣେ ଯୁବକଙ୍କ ଅଜବ ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକ ଜଣକ ସେଠାରେ ଥିବା ସିଂହ ଖୁଆଡ ଭିତରକୁ ଡେଇଁ ପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ସିଂହ ଖୁଆଡ ଭିତରକୁ ଡେଇଁ ପଡିବା ସହ ସେଠାରେ ଥିବା ଏକ ସିଂହ ସାମ୍ନାରେ ବସି ପଡିଥିଲେ। ଏହାପରେ ପାଖାପାଖି ସେ ଗୋଟିଏ ମିନିଟ୍‌ ଧରି ସିଂହଟି ସାମ୍ନାରେ ବିଭିନ୍ନ ଅଙ୍ଗଭଙ୍ଗି କରିଥିଲେ। ହେଲେ ସିଂହଟି ତାଙ୍କର କିଛି କ୍ଷତି କରି ନ ଥିଲା। ଏତିକି ଭିତରେ ଚିଡିଆଖାନା କର୍ମଚାରୀ ଆସି ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ। ଏବେ ତାଙ୍କୁ ପୋଲିସ ଜିମା ଦିଆଯାଇଥିବା ବେଳେ ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରୁଛି। ଯୁବକ ଜଣଙ୍କ ମାନସିକ ରୋଗୀ ବୋଲି କୁହାଯାଉଛି।

Share