Categories: ଜାତୀୟ

ଦିଲ୍ଲୀ ଗାନ୍ଧିନଗର ମାର୍କେଟରେ ନିଆଁ

ନୂଆଦିଲ୍ଲୀ,୧୩।୮: ମଙ୍ଗଳବାର ସକାଳେ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଭିଷଣ ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ୨୧ଟି ଦମକଳ ନିୟୋଜିତ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହୋଇ ଥିବା ସୂଚନା ମିଳି ନ ଥିବା ବେଳେ କ୍ଷୟକ୍ଷତିର ପରିମାଣ ମଧ୍ୟ ଆକଳନ କରାଯାଇନାହିଁ। ସୂଚନାଯୋଗ୍ୟ, ଏହି ମାର୍କେଟ ଦିଲ୍ଲୀର ଶାହଦରା ଅଞ୍ଚଳରେ ଥିବା ବେଳେ ଏହା ଏସିଆର ସବୁଠାରୁ ବଡ ଟେକ୍ଟଟାଇଲ୍‌ ମାର୍କେଟ ଭାବେ ପରିଛିତ ପ୍ରତିଦିନ ଏଠାରୁ ୧୦ରୁ ୨୦ ହଜାର ଲୋକ କିଣାକିଣି ପାଇଁ ଆସିଥାଆନ୍ତି।

Share