Categories: ଜାତୀୟ

ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣକୁ ନେଇ ନିର୍ମାଣ କାର୍ଯ୍ୟ ଉପରେ ଲଗାଯାଇଥିବା କଟକଣାକୁ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୨: ଦିଲ୍ଲୀ-ଏନ୍‌ସିଆରରେ ନିର୍ମାଣ କାର୍ଯ୍ୟ ଉପରେ ଲଗାଯାଇଥିବା କଟକଣାକୁ ହଟାଇଦେଇଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ଏହି ମାମଲାର ଶୁଣାଣି କରିବା ସମୟରେ ଉକ୍ତ ସହରରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା କଟକଣାକୁ କୋର୍ଟ ହଟାଇଦେଇଛନ୍ତି। ଗତ କିଛି ଦିନ ତଳେ ଦିଲ୍ଲୀ-ଏନ୍‌ସିଆରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ନିଷ୍ପତ୍ତି ନେଇଥିଲେ। ତେବେ ଏହି କଟକଣା ହଟିବା ପରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହୋଇପାରିବ।

Share