Categories: ଜାତୀୟ

ଦିଲ୍ଲୀ ଆସୁଛନ୍ତି ଦିଦି: ମୋଦିଙ୍କ ସହ ହୋଇପାରେ ସାକ୍ଷାତକାର

କୋଲକାତା,୧୬।୯: ଦୀର୍ଘ ଦିନରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ମନୋମାଳିନ୍ୟ ରହିଛି। ଏପରିକି ମମତା ମୋଦିଙ୍କ କୌଣସି କାର୍ଯ୍ୟକୁ ସମର୍ଥନ ମଧ୍ୟ କରନ୍ତି ନାହିଁ। ଏହି କ୍ରମରେ ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ମଧ୍ୟ ସେ ସାମିଲ ହୋଇ ନ ଥିଲେ। ତେବେ ଏହାରି ଭିତରେ ମଙ୍ଗଳବାର ମମତା ବାନାର୍ଜୀ ଦିଲ୍ଲୀ ଆସିବେ ବୋଲି କୁହାଯାଉଛି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିପାରନ୍ତି। ଆଉ ଏଥିପାଇଁ ସେ ସମୟ ମଧ୍ୟ ମାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପଟେ କେନ୍ଦ୍ର ଓ ମମତାଙ୍କ ତିକ୍ତତା ଭିତରେ ହଠାତ୍‌ ଏହି ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

Share