Categories: ଜାତୀୟ

ଦିଲ୍ଲୀ ଅଗ୍ନିକାଣ୍ଡର ଶେଷ ଫୋନ୍‌ କଲ୍‌: ଭାଇ ମୁଁ ଆଉ ବଞ୍ଚିବିନି, ପ୍ଲିଜ୍‌ ମୋ ପିଲାଙ୍କୁ ସମ୍ଭାଳିବୁ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଣୀ ଝାନ୍ସୀ ରୋଡ଼ରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣଙ୍କର ଜୀବନ ଯାଇଛି। ଏବେ ଜଣେ ମୃତକଙ୍କ ଦ୍ୱାରା ଘରକୁ କରାଯାଇଥିବା ଶେଷ ଫୋନ୍‌ କଲ୍‌ ସମସ୍ତଙ୍କୁ ବେଶ୍‌ ଭାବୁକ କରିବାରେ ଲାଗିଛି। ମୃତକଙ୍କ ମଧ୍ୟରେ ଥିବା ମୁଶରଫ ବଞ୍ଚିବା ଆଶା କ୍ଷୀଣ ଦେଖି ନିଜର ବନ୍ଧୁ ମୋନୁଙ୍କ ପାଖକୁ ଫୋନ୍‌ କଲ୍‌ କରିଥିଲେ। ମୁଶରଫ୍‌ କହିଥିଲେ,ଭାଇ ମୁଁ ଆଉ ବଞ୍ଚିବିନି, ପ୍ଲିଜ୍‌ ମୋ ପିଲାଙ୍କୁ ସମ୍ଭାଳିବୁ। ଏ ସମ୍ପର୍କରେ ବନ୍ଧୁ ମୋନୁ ସୂଚନା ଦେଇଛନ୍ତି। ଅତ୍ୟଧିକ ଧୂଆଁ ଯୋଗୁ ମୁଶରଫ୍‌ଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଶେଷ ପର୍ଯ୍ୟନ୍ତ ମୁଶରଫ୍‌ଙ୍କ ଫୋନ୍‌ ଅନ୍‌ ଥିଲା। ଧୀରେ ଧୀରେ ନିଶ୍ୱାସ ନେବାରେ କଷ୍ଟ, ଧଇଁସଇଁ ଏବଂ ଶେଷରେ ହାଏ ହାଏ ଶବ୍ଦ ପରେ ଆଉ ମୁଶରଫଙ୍କ ସ୍ବର ଶୁଭି ନ ଥିବା ମୋନୁ କହିଛନ୍ତି। ମୋନୁଙ୍କ ଏଭଳି ସୂଚନା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share