Categories: ଜାତୀୟ

ଦିଲ୍ଲୀର ପ୍ରଦୂଷଣକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନନ୍ଦ କିଶୋର

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ବେଳକୁ ବେଳ ବଢିଯାଉଥିବା ବେଳେ ଏବେ ଏହାକୁ ନେଇ ସମସ୍ତେ ଚିନ୍ତାରେ। ତେବେ ଗାଜିଆବାଦ ଲୋନିର ଭାଜପା ବିଧାୟକ ନନ୍ଦ କିଶୋର ଗୁରଜର ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି। ସେ ସେଥିରେ ଉଲ୍ଲେଖ କରିଛନ୍ତି କି ଦିଲ୍ଲୀରେ ପାଣି ସିଞ୍ଚନ କରାଯାଉ। ବାୟୁସେନା ସହାୟତାରେ ଏଠାରେ କୃତ୍ରିମ ବର୍ଷା କରାଗଲେ ବାୟୁ ପ୍ରଦୂଷଣର ମାତ୍ରା କମ୍‌ ହେବ। ସୂଚନଯୋଗ୍ୟ,ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ହେଲାଣି ଯେ ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ହେଲେ ସୋମବାରଠାରୁ ଏଠାରେ ଅଡ୍‌-ଇଭିନ ନମ୍ବର ଗାଡି ଗଳାଚଳ କରିବା ପରେ ମଙ୍ଗଳବାର ଏଠାରେ ପ୍ରଦୂଷଣର ମାତ୍ରା ସାମାନ୍ୟ କମ୍‌ ରହିଛି ବୋଲି କୁହାଯାଉଛି।

Share