ଦିଲ୍ଲୀରେ ସଙ୍କଟ: ନୂଆ ୧୮୬ କରୋନା ସଂକ୍ରମିତଙ୍କଠାରେ ନ ଥିଲା ପୂର୍ବରୁ କୌଣସି ଲକ୍ଷଣ

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହାରରେ କେତେକ ରାଜ୍ୟରେ ହ୍ରାସ ପରିଲକ୍ଷିତ ହେବାରେ ଲାଗିଛି। ତେବେ ଇତିମଧ୍ୟରେ ଦିଲ୍ଲୀରେ ନୂଆ ସଙ୍କଟ ଦେଖାଦେଇଛି। ଏଠାରେ ୧୮୬ ନୂଆ କରୋନା ସଂକ୍ରମିତଙ୍କଠାରେ ପୂର୍ବରୁ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ମାତ୍ର ପରେ ସେମାନଙ୍କ ନମୁନା ପରୀକ୍ଷାରୁ କରୋନା ପଜିଟିଭ୍‌ ରିପୋର୍ଟ ମିଳିଥିଲା। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ସେ କହିଛନ୍ତି ଯେ, ଲକ୍‌ ଡାଉନ୍‌ ଯୋଗୁ ଲୋକଙ୍କ ପାଇଁ ଅସୁବିଧା ତ ନିଶ୍ଚିତ ହେଉଛି। ତେବେ ଏହା ସଂକ୍ରମଣ କମାଇବାରେ ମଧ୍ୟ ବିଶେଷ ଉପଯୋଗୀ ହେଉଛି। ଏହା ହୋଇ ନ ଥିଲେ ଏବେ ଅଧିକ ସଂଖ୍ୟକ ସଂକ୍ରମିତଙ୍କୁ ହସ୍ପିଟାଲରେ ଦେଖିବାକୁ ମିଳିଥାନ୍ତା ବୋଲି ସେ କହିଛନ୍ତି।

Share