Categories: ଜାତୀୟ

‘ଦିଲ୍ଲୀରେ ଯଦି ଭାଜପା ହାରେ, ଜୀବନରେ କେବେ ନିର୍ବାଚନ ଲଢ଼ିବିନି’

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା ୧୧ରେ ପ୍ରକାଶ ପାଇବା ପୂର୍ବରୁ ଏକ୍‌ଜିଟ ପୋଲ ପ୍ରକାଶ ପାଇଛି। ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ବସିବେ ବୋଲି ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା ଏକ୍‌ଜିଟ ପୋଲରୁ ପୂର୍ବାନୁମାନ କରାଯାଇଛି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଭାଜପା ନେତା ସୁନୀଲ ଯାଦବ। ନୂଆଦିଲ୍ଲୀ ବିଧାନସଭା ଆସନରୁ କେଜ୍‌ରିଓ୍ବାଲଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଥିବା ସୁନୀଲ କହିଛନ୍ତି, ଏଥର ନିର୍ବାଚନରେ ଭାଜପା ହିଁ ଜିତିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେ. ପି. ନଡ୍ଡା ଏବଂ ସଂଗଠନ ମୋ’ ଉପରେ ଭରସା କରିଥିବାରୁ ଧନ୍ୟବାଦ। କେଜ୍‌ରିଓ୍ବାଲଙ୍କ ପରାଜୟ ନିଶ୍ଚିତ। ଭାଜପା ଦିଲ୍ଲୀରେ ସରକାର ଗଢ଼ିବ। ଯଦି ଭାଜପା ହାରେ, ତେବେ ଜୀବନରେ ଆଉ କେବେ ନିର୍ବାଚନ ଲଢ଼ିବିନି, କେବଳ ସଂଗଠନ ପାଇଁ କାମ କରିବି ବୋଲି ସେ କହିଛନ୍ତି।

Share