Posted inଜାତୀୟ

ଦିଲ୍ଲୀରେ ମୋଦିଙ୍କ ବିଶାଳ ରାଲି: ସିଏଏ ନାଗରିକତ୍ୱ ଛଡ଼ାଇନେବା ପାଇଁ ନୁହେଁ

ନୂଆଦିଲ୍ଲୀ,୨୩ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ଭାରତୀୟ ମୁସଲମାନମାନେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ତାଙ୍କୁ ଟାର୍ଗେଟ କରି ବିରୋଧୀମାନେ ଦେଶକୁ ବିଭାଜନ କରିବା ପାଇଁ ଉଦ୍ୟମ କରୁଛନ୍ତିି । ଗୁଜବ ସୃଷ୍ଟି କରି ସେମାନେ ଲୋକଙ୍କୁ ଉତ୍ତେଜିତ କରୁଥିବା ଦିଲ୍ଲୀର ରାମଲୀଳା ମଇଦାନରେ ବିଶାଳ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି। ପଡୋଶୀ ଦେଶରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତରେ ଆଶ୍ରୟ ନେଇଥିତ୍ବା ସଂଖ୍ୟାଲଘୁମାନଙ୍କୁ ଅଧିକାର ଦେବା ପାଇଁ ସିଏଏ ଅଣାଯାଇଛି। କାହାର ଅଧିକାର ଛଡାଇନେବାକୁ ନୁହେଁ। କଂଗ୍ରେସ, ଏଏପି, ଟିଏମ୍‌ସି ଓ ବାମଦଳଗୁଡ଼ିକ ସିଏଏକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ବିକ୍ଷୋଭ ନାଁରେ ହିଂସାକାଣ୍ଡ ଘଟାଉଛନ୍ତି। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ପକ୍ଷପାତ କରାଯାଉଥିବାରୁ ଇସ୍‌ଲାମାବାଦକୁ ପଦାରେ ପକାଇବାର ଏହା ଏକ ସୁଯୋଗ ଥିଲା, କିନ୍ତୁ ବିରୋଧୀଙ୍କ ରାଜନୀତି ଯୋଗୁ ତାହା ହରାଇବାକୁ ପଡିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସେହିପରି ଏନ୍‌ଆର୍‌ସିକୁ ନେଇ ମୋଦି କହିଥିଲେ, ଭାରତରେ ଅଟକ କେନ୍ଦ୍ର ନିର୍ମାଣ ହୋଇନି। ସବୁ ମୁସଲମାନଙ୍କୁ ଅଟକ କେନ୍ଦ୍ରକୁ ପଠାଇ ଦିଆଯିବ ବୋଲି କଂଗ୍ରେସ ଓ ଏହାର ସହଯୋଗୀ କେତେକ ସହରୀ ଉଗ୍ରପନ୍ଥୀ ଗୁଜବ ସୃଷ୍ଟି କରୁଛନ୍ତି। ସାରା ଦେଶରେ ଏନ୍‌ଆର୍‌ସି ଲାଗୁ ହେବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ବାରମ୍ବାର କହୁଥିଲେ ହେଁ ଏହା ଲାଗୁ ହୋଇ ନ ପାରେ। ସାରା ଦେଶରେ ଏନ୍‌ଆର୍‌ସି ଲାଗୁ ନେଇ ଆଲୋଚନା ହୋଇ ନ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ମୁସଲମାନମାନେ ଆଦୌ ଚିନ୍ତା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିବିଧତାରେ ଏକତା, ଭାରତର ବିଶେଷତାରୁ ଭାଷଣ ଆରମ୍ଭ କରି ମୋଦି ପାଖାପାଖି ୧୦୦ ମିନିଟ ଧରି କହିଥିଲେ। ଗରିବଙ୍କ ପାଇଁ ଏଲ୍‌ପିଜି ସିଲିଣ୍ଡରଠାରୁ ଆରମ୍ଭ କରି ସ୍ବାସ୍ଥ୍ୟବୀମା ପର୍ଯ୍ୟନ୍ତ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କଲାବେଳେ ସରକାର କେବେ ହିତାଧିକାରୀଙ୍କ ଜାତି କିମ୍ବା ଧର୍ମ ସମ୍ପର୍କରେ ପଚାରି ନାହାନ୍ତି। ତେଣୁ ନାଗରିକତ୍ୱ ଆଇନ କିମ୍ବା ଏନ୍‌ଆର୍‌ସିକୁ ନେଇ ଭାରତୀୟ ମୁସଲମାନଙ୍କର କିଛି ହେବାର ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।
ଆଗାମୀ ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିତ୍ବାବେଳେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦମୀ ପାର୍ଟି (ଏଏପି) ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ସରକାର ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି। ସେହିପରି ପରିବହନ ସମସ୍ୟା ଓ ବାୟୁ ପ୍ରଦୂଷଣକୁ ନେଇ ସେ ଏଏପି ସରକାର ଉପରେ ବର୍ଷିଥିଲେ। ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ପ୍ରକାଶ ଜାଭଡେକରଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ରାଲି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri