Categories: ବାଣିଜ୍ୟ

ଦିଲ୍ଲୀରେ ମହଙ୍ଗା ହେଲା ଡିଜେଲ

ନୂଆଦିଲ୍ଲୀ,୬।୫:ଦିଲ୍ଲୀ ସରକାର ଇନ୍ଧନ ଉପରେ ଭାଟ୍‌ ଲାଗୁ କରିବା ପରେ ସେଠାରେ ଡିଜେଲ ସବୁଠାରୁ ମହଙ୍ଗା ସ୍ତର ଛୁଇଁଛି। ଏଠାରେ ମଙ୍ଗଳବାର ପେଟ୍ରୋଲର ଲିଟର ପିଛା ଦର ୧.୬୭ ଟଙ୍କା ବଢ଼ିଥିବା ବେଳେ ଡିଜେଲ ଦର ଲିଟର ପିଛା ୭.୧୦ ଟଙ୍କା ବଢ଼ିଥିବା ନଜରକୁ ଆସିଛି। ଅନ୍ୟ ମେଟ୍ରୋ ସହର ତୁଳନାରେ ଦିଲ୍ଲୀରେ ଡିଜେଲ ଦର ସବୁଠାରୁ ଉଚ୍ଚରେ ରହିଛି। ତୈଳ ବିପଣନ କମ୍ପାନୀ ଦେଇଥିବା ତଥ୍ୟ ମୁତାବକ ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୬୯.୩୯ ଟଙ୍କା ଛୁଇଁଛି। ସେହିଭଳି ପେଟ୍ରୋଲ ଦର ଲିଟର ପିଛା ୭୧.୨୬ ଟଙ୍କା ରହିଛି। ଏଠାରେ ଏବେ ପେଟ୍ରୋଲ ଉପରେ ଭାଟ୍‌ ୨୭%ରୁ ୩୦%କୁ ବଢ଼ିଥିବା ବେଳେ ଡିଜେଲ ଉପରେ ୧୬.୭୫%ରୁ ୩୦% ଛୁଇଁଛି। ଭାଟ୍‌ ବୃଦ୍ଧି ଦ୍ୱାରା ବାର୍ଷିକ ୯୦୦ କୋଟି ଟଙ୍କା ଅତିରିକ୍ତ ରାଜସ୍ବ ପାଇବାକୁ ଦିଲ୍ଲୀ ସରକାର ଲକ୍ଷ୍ୟ ରଖିଛନ୍ତି। ଦିଲ୍ଲୀ ବାଦ୍‌ ଅନ୍ୟ କୌଣସି ସହରରେ ପେଟ୍ରୋଲ, ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ।

Share