ଦିଲ୍ଲୀରେ ବସ୍‌, ଟ୍ୟାକ୍ସି, ଅଟୋରିକ୍ସାକୁ ଅନୁମତି

ନୂଆଦିଲ୍ଲୀ,୧୯ା୫(ପି.ଟି.): କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିବା ପରେ କେତେକ ରାଜ୍ୟ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ ସାଧାରଣ ପରିବହନ ସେବା ଆରମ୍ଭ କରିବା ସହ ବଜାର ଖୋଲିବା ପାଇଁ ଅନୁମତି ମିଳିଛି। ଦିଲ୍ଲୀରେ ବସ୍‌, ଟ୍ୟାକ୍ସି ଓ ଅଟୋରିକ୍ସା ସୀମିତ ଯାତ୍ରୀରେ ଚଳାଇବାକୁ ଅରବିନ୍ଦ କେଜରିଓ୍ବାଲ ସରକାର ଅନୁମତି ଦେଇଛନ୍ତି। ବସ୍‌ରେ ୨୦, ଟ୍ୟାକ୍ସିରେ ୨ ଓ ଅଟୋରିକ୍ସାରେ ଜଣେ ଯାତ୍ରୀ ଯାଇପାରିବେ। ବସ୍‌ରେ ବସିବା ପୂର୍ବରୁ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଘରୋଇ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ କର୍ମଚାରୀରେ ଖୋଲିବାକୁ ଅନୁମତି ମିଳିଥିଲେ ହେଁ ଯେତେସମ୍ଭବ ଅଧିକ କର୍ମଚାରୀ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ବଜାର ଖୋଲିବାକୁ କୁହାଯାଇଥିଲେ ହେଁ ଦୋକାନଗୁଡ଼ିକ ଯୁଗ୍ମ-ଅଯୁଗ୍ମ ସୂତ୍ରରେ ଖୋଲିବେ। ସ୍ପୋଟର୍‌ସ କମ୍ପ୍ଲେକ୍ସ ଓ ଷ୍ଟାଡିୟମ ଖୋଲିବ କିନ୍ତୁ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ। ତେବେ ସେଲୁନ, ସ୍ପା ବନ୍ଦ ରଖିବାକୁ କୁହାଯାଇଛି। ସେହିପରି ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ଅନ୍ୟ କୌଣସି କାର୍ଯ୍ୟରେ କେହି ବାହାରକୁ ବାହାରିପାରିବେ ନାହିଁ।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁହେବ ନାହଁ। ମେ’ ୨୭ରୁ ହକରମାନଙ୍କ ବଜାର ସମେତ ସେଲୁନ ଓ ପାର୍ଲର ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସେହିପରି ଆନ୍ତଃଜିଲା ବସ୍‌ ସେବା ଆରମ୍ଭ ହୋଇପାରେ ବୋଲି ଜଣାପଡିଛି। କେରଳରେ ଅନ୍‌ଲାଇନ ବ୍ୟବସ୍ଥା ପ୍ରସ୍ତୁତ ହୋଇଗଲେ ମଦ ଦୋକାନ ଖୋଲିବ। ବାର୍‌ଗୁଡ଼ିକ କାଉଣ୍ଟରରେ ମଦ ବିକ୍ରି କରିପାରିବେ। କ୍ଲବ୍‌ଗୁଡ଼ିକ ଖାଦ୍ୟ ଓ ମଦ ପାର୍ସଲରେ ବିକ୍ରି କରିବା ଲାଗି ଅନୁମତି ମିଳିଛି। ସେହିପରି ଶପିଂ କମ୍ପ୍ଲେକ୍ସରେ ପାଳି କରି ୫୦ ପ୍ରତିଶତ ଦୋକାନ ଖୋଲାଯାଇପାରିବ। ସେଲୁନ୍‌ ଓ ବିଉଟି ପାର୍ଲରକୁ ବିନା ଏସିରେ ଖୋଲିବାକୁ ଅନୁମତି ମିଳିଛି। ପଞ୍ଜାବରେ ୨୦ରୁ ବସ୍‌ ଚଳାଚଳ କରିବ। ସେଠାରେ ୫୦ ପ୍ରତିଶତ ଯାତ୍ରୀରେ ବସ୍‌ ଚଳାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri