ଦିଲ୍ଲୀରେ ଜଣେ ହେଡ୍‌ କନଷ୍ଟେବଳ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୧୧ ପୋଲିସ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀର ଅଲିପୁର ଥାନାରେ ଜଣେ ହେଡ୍‌ କନଷ୍ଟେବଳ କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ଏହାପରେ ଥାନାରେ ଅନ୍ୟ ୧୧ ପୋଲିସକର୍ମୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସକର୍ମୀଙ୍କ ମଧ୍ୟରେ କରୋନା ଭାଇରସ୍‌ ବୃଦ୍ଧି ପାଉଥିବା ମାମଲାକୁ ଦେଖି ପୋଲିସ କମିଶନରଏସ୍‌.ଏନ୍‌. ଶ୍ରୀବାସ୍ତବ ଏକ ୬ଜଣିଆ କମିଟି ଗଠନ କରିଛନ୍ତି। ପ୍ରତି କମିଟିରେ ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ମୁଖ୍ୟ ରହିବେ। ଏହି କମିଟି ପୋଲିସ ଥାନା, ପୋଲିସ କଲୋନୀ ଯାଇ ଫିଲ୍ଡରେ କାମ କରୁଥିବା ପୋଲିସ କର୍ମୀଙ୍କ ସହ ଭେଟିି କରୋନାରୁ ତାଙ୍କୁ ବଞ୍ଚାଇବା ପାଇଁ ଉପାୟ କରିବେ। ଆଉ ଏହି ୬ ଅଧିକାରୀ ପ୍ରତିଦିନ ଦିଲ୍ଲୀ ପୋଲିସ କମିଶନରଙ୍କୁ ଏନେଇ ରିପୋର୍ଟ ପ୍ରଦାନ କରିବେ। ତେବେ ଯେଉଁ ପୋଲିସକର୍ମୀ କରୋନା ସହ ଲଢ଼େଇ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ଭଲ ଉପାୟ ବାହାର କରିବ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି କମିଶନର କହିଛନ୍ତି।

Share