Categories: ଜାତୀୟ

ଦିଲ୍ଲୀରେ ଖୋଲିବ ସ୍ପୋର୍ଟସ୍‌ ବିଶ୍ୱବିଦ୍ୟାଳୟ: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୧୦: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲଇଛନ୍ତି। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ମନିଷ ଶିସୋଦିଆଙ୍କ ଉପସ୍ଥିତିରେ କେଜରିଓ୍ବାଲ କହିଛନ୍ତି ଦିଲ୍ଲୀରେ ଏକ ସ୍ପୋର୍ଟସ୍‌ ବିଶ୍ୱବିଦ୍ୟାଳୟ ଖୋଲାଯିବ। ଏଥିରେ ପିଲାମାନେ ଡିଗ୍ରୀ କରିପାରିବେ। ଏହାକୁ ନେଇ ଏକ ବିଲ୍‌ କ୍ୟାବିନେଟରେ ପାସ୍‌ କରାଯାଇଥିବା ବେଳେ ଏହା ଉପରାଜ୍ୟପାଳଙ୍କ ନିକଟକୁ ଯିବ। ଏହାପରେ ବିଧାନସଭାର ଆସନ୍ତା ଶୀତକାଳୀନ ଅଧିବେଶନରେ ଏହା ପାଶ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share